NobleBlocks

Research indexJournal article

ଆଧନକ ସମଲଚନ ଧରର ନବୟରପନତର: ପରମଦ ସର

ସାହୁ

Zenodo (CERN European Organization for Nuclear Research)16 Jun 2025Open access

NobleIDark:/48914/w1/20260521/9C3FFBE6DOI10.5281/zenodo.15673956

Free to read at the publisher

You can read the abstract here, or the full text at the publisher.

Read at the publisher

Abstract

ସଂକ୍ଷିପ୍ତସାର ଓଡ଼ିଆ ସାହିତ୍ୟରେ ସମାଲୋଚନା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ସମାଲୋଚନା ଦ୍ୱାରା ସାହିତ୍ୟର ଦୋଷତ୍ରୁଟି ମାର୍ଜିତ ହେବା ସହ ସାହିତ୍ୟ ବିକଶିତ ଓ ସମୃଦ୍ଧ ହୁଏ । ଏକ ସାରସ୍ୱତ ସୃଷ୍ଟିକୁ ଯଥାର୍ଥ ସ୍ୱୀକୃତି ଦେବାକୁ ହେଲେ ସମାଲୋଚନା ଅତ୍ୟନ୍ତ ଜରୁରୀ । ଏ ଦିଗରେ ଜଣେ ସମାଲୋଚକ ଗୁରୁ ଦାୟିତ୍ୱ ନିର୍ଭର କରେ । ସମାଲୋଚକ ସର୍ବଦା ନିର୍ଭୀକ ହେବା ଓ ତାସହ ନିରପେକ୍ଷତା ଅବଲମ୍ବନ କରିବା ଉଚିତ । ତେବେ ଯାଇ ସମାଲୋଚନାଟି ସଫଳ ହୋଇପାରିବ । ସମାଲୋଚନା ସାହିତ୍ୟ ସର୍ବଦା ଆଇନା ପରି କାର୍ଯ୍ୟ ନିର୍ବାହ କରିଥାଏ । ସୃଷ୍ଟିଟି ଯେଉଁ ଧରଣର ଅବିକଳ ସେହିପରି ଭାବେ ପ୍ରକାଶ କରିବା ହେଉଛି ଜଣେ ସମାଲୋଚକର କର୍ମ । ତେବେ ଓଡ଼ିଆ ସାହିତ୍ୟରେ ଏହି ଧାରା ଇଂରାଜୀ ଭାଷାର ପ୍ରବର୍ତ୍ତନ ପରେ ପରେ ହିଁ ସୃଷ୍ଟି ହୋଇଛି । ଊନବିଂଶ ଶତାବ୍ଦୀରେ ହଣ୍ଟର, ଆମ ସଟନ୍, ଲେସି, ବିମସ ପ୍ରଭୃତି ସାହେବମାନେ ଯେଉଁ ପଥ ନିର୍ମାଣ କରିଥିଲେ ସେହି ପଥର ଜଣେ ଜଣେ ସଫଳ ସାଧକ ସାଜିଛନ୍ତି ଆମର ସମାଲୋଚକ ଗଣ । ତେବେ ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟର ସମାଲୋଚନା ସାହିତ୍ୟ ବିକାଶର ଚରମ ସୀମାରେ ଉପନୀତ ହୋଇଥିବା ବେଳେ ୧୯୮୦ ପରବର୍ତ୍ତୀ ସମୟରେ ସମାଲୋଚନା ନାନା ରଙ୍ଗରେ ନିଜକୁ ରଙ୍ଗୀନ କରେଇଛି । ନୂତନ ଅଭୀପ୍ସା, ନୂତନ ବୈଜ୍ଞାନିକ ଚିନ୍ତାଧାରା ଜଗତୀକରଣ, ବିଶ୍ୱ ବାଣିଜ୍ୟ ନୀତିରେ ପ୍ରୟୋଗ ଓ ପରୀକ୍ଷା, ଇଣ୍ଟରନେଟ୍ ବହୁଳ ବ୍ୟବହାର ଆଦି ସମାଲୋଚନାକୁ ପାଶ୍ଚାତ୍ୟମୁଖୀ କରିଛି । ନୂଆ ଢ଼ଙ୍ଗରେ, ନୂଆ ଦୃଷ୍ଟିକୋଣରେ ସମାଲୋଚନା ନିଜକୁ ପରିପ୍ରକାଶ କରିବାରେ ସକ୍ଷମ ହୋଇଛି । ତେଣୁ ଆଲୋଚକ ପ୍ରମୋଦ ସରଙ୍କ ପ୍ରବନ୍ଧ ଗୁଡ଼ିକର ଗବେଷଣାତ୍ମକ ଦୃଷ୍ଟିକୋଣକୁ ବିଚାର କରିବା ଉକ୍ତ ଆଲୋଚନାର ଆଭିମୁଖ୍ୟ ।

Discussion

Topics

More

Suggest a correction or report