Research indexJournal article
ସମଜକ ଦୟବଦଧତ ଓ ସହତୟକ ବରଗ ମଶର
ବାରିକ
Zenodo (CERN European Organization for Nuclear Research)16 Jun 2025Open access
NobleIDark:/48914/w1/20260522/877DD65DDOI10.5281/zenodo.15674415
ସମଜକ ଦୟବଦଧତ ଓ ସହତୟକ ବରଗ ମଶର
ବାରିକ · Zenodo (CERN European Organization for Nuclear Research) · 2025
NobleIDark:/48914/w1/20260522/877DD65DDOI10.5281/zenodo.15674415
Free to read at the publisher
You can read the abstract here, or the full text at the publisher.
Abstract
ସଂକ୍ଷିପ୍ତସାର ୧୮୬୬ ବେଳକୁ ଓଡ଼ିଶାରେ ଆରମ୍ଭହେଲା ନବଜାଗରଣ । ବିଶେଷତଃ ଏହିକାଳରୁ ୧୯୦୩ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଗତିର ରଥ ଆଗକୁ କ୍ରମଶ ବଢିବାକୁ ଲାଗିଲା । ୧୮୬୬ ପୂର୍ବରୁ ଓଡ଼ିଶା କୁସଂସ୍କାର, ଅଶିକ୍ଷା, ଅନ୍ଧବିଶ୍ୱାସରେ ପୂରି ରହିଥିବା କାରଣରୁ ବିକାଶଠାରୁ ଥିଲା ଅନେକ ଦୂରରେ । ୬୬ର ନ’ଅଙ୍କ ଦୁର୍ଭିକ୍ଷ ପରେ ଜାତୀୟ ଜୀବନରେ ଦେଖାଦେଲା ପରିବର୍ତ୍ତନ । ମୁମୂର୍ଷୁ ଜାତି-ପ୍ରାଣରେ ପୁଲକ ସୃଷ୍ଟିହେଲା । ଆପଣାର ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ ଏବଂ ଜୀବନକୁ ଚିହ୍ନିବାରେ ଆତ୍ମଜାଗରଣ ସୃଷ୍ଠିହେଲା । ଓଡ଼ିଆ ଅସ୍ମିତାର ଉତ୍ତରଣ ସାଙ୍ଗକୁ ଆପଣାକୁ ଚିହ୍ନିବା ଏବଂ ଜାତୀୟ ଜୀବନକୁ ପରିଚିତ କରାଇବାର ଆକାଂକ୍ଷା କ୍ରମଶ ବଳବତ୍ତର ହେଲା । ଭ୍ରୁଲୁଣ୍ଠିତ ଜାତିପ୍ରାଣରେ ନବଉତ୍ସାହ, ଉନ୍ମାଦନା ଖେଳିଗଲା । ପୁନଶ୍ଚ ସର୍ବଭାରତୀୟ ସ୍ତରରେ ରାଜନୀତିକ ପାଣିପାଗରେ ଆସିଲା ପରିବର୍ତ୍ତନ। ମାନବିକ ମୂଲ୍ୟବୋଧ, ମାନବାଧିକାର ପାଇଁ ସଂଘର୍ଷ, ନିଜର ପରିଚୟ ଓ ଅସ୍ମିତାର ପ୍ରତିଷ୍ଠାଲାଗି ଆନ୍ଦୋଳନମାନ ସମଗ୍ର ଭାରତୀୟଙ୍କୁ ଆଲୋଡ଼ିତ କଲା । ଓଡ଼ିଶାର ପବନରେ ଏହାର ପ୍ରଭାବ ହେଲା ପରିଲକ୍ଷିତ । ଭାଷା ଓ ଭୂମିପାଇଁ ସଂଘର୍ଷ ସହ ସ୍ୱତନ୍ତ୍ର ମୂଲ୍ୟବୋଧର ପ୍ରତିଷ୍ଠାପାଇଁ ଆନ୍ଦୋଳନ ହେଲା ତୀବ୍ର । ଜାତୀୟ ଆନ୍ଦୋଳନ ସହ ତାଳଦେଇ ଓଡ଼ିଶାର ଜନ ଆନ୍ଦୋଳନ ନେଲା ଭିନ୍ନମୋଡ଼ । ଏହିଭଳି ପରିସ୍ଥିତିରେ ଓଡ଼ିଶାର ଜାତୀୟ ଜୀବନରେ ଆବିର୍ଭାବ ଘଟିଲା ଜଣେ ମହାନାୟକଙ୍କର । ୧୮୮୫ ମସିହାରେ ଜନ୍ମଲାଭ କଲେ ଓଡ଼ିଶାର ମହାନ ସମାଜ ସଂସ୍କାରକ, ବିପ୍ଳବୀ, ସାହିତ୍ୟିକ ବୈରାଗୀ ଚରଣ ମିଶ୍ର । ଯାହାଙ୍କ ଆବିର୍ଭାବ ଓଡ଼ିଶା ସମେତ ସମଗ୍ର ଭାରତୀୟ ପରିମଣ୍ଡଳକୁ ପ୍ରଭାବିତ କରିଥିଲା । ସମାଜ ସଂସ୍କାର ସହ ତାଙ୍କ ଲେଖକୀୟ ଦାୟବଦ୍ଧତାକୁ ସେ ପ୍ରତିପାଦନ କରିଥିଲେ ।