NobleBlocks

Research indexJournal article

ନତ କଳପ

ସେନାପତି

Zenodo (CERN European Organization for Nuclear Research)13 Oct 2024Open access

NobleIDark:/48914/w1/20260521/AD812385DOI10.5281/zenodo.13924318

Free to read at the publisher

You can read the abstract here, or the full text at the publisher.

Read at the publisher

Abstract

“ବାଦ”ର ପ୍ରଚଳିତ ଅର୍ଥରେ “ନେତିବାଦ” ଏକ ବାଦ ନୁହେଁ, ଏକ “ବୋଧ” । ସମଗ୍ର ବିଶ୍ୱ ଗର୍ଭିକ ଦର୍ଶନର ଇତିହାସରେ “ନେତିବାଦ” ନାମରେ କୌଣସି ଏକ ସ୍ୱତନ୍ତ୍ର “ବାଦ” ଆଜି ପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ । ସଂସ୍କୃତ ସାହିତ୍ୟରୁ ‘ନେତି’ ଶବ୍ଦଟିର ଉତ୍ପନ୍ନ । ସଂସ୍କୃତରେ ‘ନ’ ଶବ୍ଦ ହେଉଛି ‘ନାହିଁ’ର ସୂଚକ । ‘ନ’ ସହ ‘ଇତି’ର ସଂଯୋଗରେ ‘ନେତି’ ଶବ୍ଦର ଉଦ୍ଭବ; ଯାହାର ଅର୍ଥ ‘ଏହ ନୁହେଁ’ (ଘକ୍ଟଗ୍ଧ ଗ୍ଧଷସଗ୍ଦ) । ଏହାକୁ ପୁଣି ବିଭିନ୍ନ ପ୍ରବକ୍ତା ଭିନ୍ନ ଭିନ୍ନ ଭାବରେ ବ୍ୟାଖ୍ୟା କରିବାକୁ ଚାହିଁଛନ୍ତି । କେତେକ ‘ଦ୍ଭକ୍ଟ, ଦ୍ଭକ୍ଟ’ (ନୁହେଁ, ନୁହେଁ) କହୁଥିଲାବେଳେ ଆଉ କେତେକ “ଘକ୍ଟଗ୍ଧ ଗ୍ଦକ୍ଟ, ଘକ୍ଟଗ୍ଧ ଗ୍ଦକ୍ଟ” (ଏପରି ନୁହଁ, ସେପରି ନୁହଁ) ବୋଲି କହିଛନ୍ତି । ପୁଣି ଆଉ କେତେକ ପ୍ରବସ୍ତା “ଘକ୍ଟଗ୍ଧ ଗ୍ଧଷସଗ୍ଦ, ଦ୍ଭକ୍ଟଗ୍ଧ ଗ୍ଧଷବଗ୍ଧ” (ଏହା ନୁହେଁ, ତାହା ନୁହେଁ) ରୂପେ ‘ନେତି’ ଶବ୍ଦଟିକୁ ବ୍ୟାଖ୍ୟା କରୁଥିବା ବେଳେ କେତେକ “ଘକ୍ଟଗ୍ଧ ଗ୍ଧଷସଗ୍ଦ, ଦ୍ଭକ୍ଟଗ୍ଧ ଗ୍ଧଷସଗ୍ଦ” (ଏହା ନୁହେଁ ଏହା ନୁହେଁ) ବୋଲି ମଧ୍ୟ କହିଛନ୍ତି । ସେ ଯା’ହେଉନା କାହିଁକି, ମୋଟା ମୋଟି ଭାବରେ ‘ନେତି’ ଜ୍ଞରଶବଗ୍ଧସକ୍ଟଦ୍ଭର ଯେ ସୂଚକ, ଏହା ସ୍ପଷ୍ଟ ପ୍ରମାଣିତ ହେଉଛି । ବେଦାନ୍ତ ଦର୍ଶନରେ ‘ଘରଗ୍ଧସ ଘରଗ୍ଧସ’ ସଂପର୍କରେ ଏହିପରି ଉଲ୍ଲେଖ ଅଛି-ବ୍ରହ୍ମ ଏକ ଓ ଅବିଭାଜ୍ୟ, ବସ୍ତୁ ଜଗତର ଆକାର ଓ ପ୍ରକାର ଭେଦ ଅନୁସାରେ ବ୍ରହ୍ମର ସ୍ୱରୂପକୁ ବିଭାଜିତ କରାଯାଇନପାରେ । ବରଂ ସକଳ ଇନ୍ଦ୍ରିୟାନୁଭବ ଭିତରେ କଳନା କରିହେଉଥିବା ବସ୍ତୁଜଗତ ସେହି ‘ବ୍ରହ୍ମ’ର ଏକ ଏକ ପ୍ରତୀକ ମାତ୍ର ! କିଂତୁ କୌଣସି ପ୍ରତୀକଟି ବ୍ରହ୍ମର ସଂପୂର୍ଣ୍ଣ ସ୍ୱରୂପକୁ ପ୍ରକାଶ କରିପାରେ ନାହିଁ । ଏହି ବିରୋଧାଭାଷ ହିଁ ‘ନେତିବାଦ’ର ମୂଳକଥା ।

Discussion

Topics

More

Suggest a correction or report