NobleBlocks

Research indexJournal article

ବଢବଳଙଗର ମଝ'ର ମଝବଢ, ବଳଙଗ ନଦ ଓ ରଜନ ପରଧନ

ଦାସ

Zenodo (CERN European Organization for Nuclear Research)16 Jun 2025Open access

NobleIDark:/48914/w1/20260515/4B140C10DOI10.5281/zenodo.15673766

Free to read at the publisher

You can read the abstract here, or the full text at the publisher.

Read at the publisher

Abstract

ସଂକ୍ଷିପ୍ତସାର ଉତର ଓଡ଼ିଶାର ଦୁଇ ପ୍ରମୁଖ ଜିଲ୍ଲା ଭାବରେ ବାଲେଶ୍ୱର ଓ ମୟୂରଭଞ ନିଜର ସଂସ୍କୃତି, ପରଂପରା ଓ ଐତିହ୍ୟ ପାଇଁ କେବଳ ଓଡ଼ିଶାରେ ନୁହେଁ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛନ୍ତି । ଉପକୂଳବବର୍ତ୍ତୀ ଜିଲ୍ଲା ଭାବରେ ବାଲେଶ୍ୱର ସମୁଦ୍ର, ମୁହାଁଣ ଓ ନୌବାଣିଜ୍ୟ ପରଂପରାକୁ ନେଇ ଯେପରି ସମୃଦ୍ଧ; ଜନଜାତି, ପ୍ରକୃତି, ପରିବେଶ ଓ ଶିମିଳିପାଳ ଜୈବମଣ୍ଡଳକୁ ନେଇ ମୟୂରଭଞ ସେପରି ପ୍ରତିଷ୍ଠିତ । ‘ବୁଢ଼ାବଳଙ୍ଗର ମାଝି’ ଉପନ୍ୟାସରେ ବଳଙ୍ଗ ନଦୀର ଉତ୍ପତି ସ୍ଥଳ, ପିପିଲି ଓ ବାଲେଶ୍ୱର ବନ୍ଦରର ଐତିହ୍ୟକୁ ଔପନ୍ୟସିକ ତାର୍କିକ ଓ ତଥ୍ୟପୂର୍ଣ୍ଣ ବିଶ୍ଳେଷଣ କରିଛନ୍ତି । ବୁଢ଼ାବଳଙ୍ଗ ନଦୀ ଶିମିଳିପାଳର ଚାତମ୍ବୁରୁ ପାହାଡରୁ ବାହାରି ବଳରାମଗଡି ମୁହାଁଣରେ ସମୁଦ୍ର ସହ ମିଶିଯାଇଛି । ଏହି ନଦୀ ଓ ତା ମୁହାଁଣ ବାଲେଶ୍ୱରର ବନ୍ଦର ସଂସ୍କୃତିର ମୁକସାକ୍ଷୀ ଭାବରେ ଏବେ ବି ଦଣ୍ଡାୟମାନ । ସପ୍ତଦଶ ଶତାବ୍ଦୀରୁ ବାଲେଶ୍ୱର ବନ୍ଦରରୁ ଆରମ୍ଭ ହୋଇଥିବା ନୌବାଣିଜ୍ୟ ପରଂପରା ଆଜି ବିଲୁପ୍ତପ୍ରାୟ । ଔପନ୍ୟାସିକ ରଂଜନ ପ୍ରଧାନ ଜଣେ ଗବେଷକ ହିସାବରେ ଏହାକୁ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଛନ୍ତି । ସମାନ୍ତରାଳ ଭାବରେ ବାଲେଶ୍ୱର ବନ୍ଦରର ଐତିହ୍ୟ ଓ ପରଂପରାର ସ୍ମୃତିଚାରଣ କରିବା ସହିତ ମାଝିବୁଢ଼ାର ବଳଙ୍ଗ ନଦୀର ଉତ୍ସ ଅନୁସନ୍ଧାନ ଓ ଶିମିଳିପାଳ ଜୈବମଣ୍ଡଳର ଅପରୂପ ସୌନ୍ଦର୍ଯ୍ୟକୁ ତଥ୍ୟପୂର୍ଣ୍ଣ ଓ ମାର୍ମିକ ଭାବରେ ଉପସ୍ଥାପନ କରିଛନ୍ତି । ଶିମିଳିପାଳ ଜୈବମଣ୍ଡଳର ଅପରୂପ ସୌନ୍ଦର୍ଯ୍ୟ, ବୁଢ଼ାବଳଙ୍ଗ ଗାଁରେ ବାସ କରୁଥିବା ଜନଜାତି ଗୋଷ୍ଠୀଙ୍କ ଜୀବନ ଶୈଳୀ ସହ ପ୍ରାଚୀନ ଓଡିଶାର ନୌବାଣିଜ୍ୟ ପରଂପରା, ବାଲେଶ୍ୱର ବନ୍ଦରର ଐତିହ୍ୟ, ବାଲେଶ୍ୱର ସହରରେ ଥିବା ପୁରୁଣା ୟୁରୋପୀୟ ବସତିର ଏକ ସମାନ୍ତରାଳ ବ୍ୟାଖ୍ୟା ଉପନ୍ୟାସଟି ଅଧିକ ଶାଣିତ କରିଛି । କ୍ଷେତ୍ର ଅଧ୍ୟୟନ ସମୟରେ ଏହି ଦୁଇଟି ଅଂଚଳରେ ନିଜର ଅନୁଭୁତି ଓ ଅଭିଜ୍ଞତାରୁ ବହୁ ଅଜଣା ଓ ରୋମାଂଚକର କାହାଣୀ ସଫଳ ଭାବରେ ଏଥିରେ ସଂଯୋଜନ କରିଛନ୍ତି । ମୁଖ୍ୟ ଚରିତ୍ର ରଂଜନ ପ୍ରଧାନ ଓ ବୁଢ଼ାବଳଙ୍ଗ ଗାଁ ମୁଖିଆ ସମୟ ସୋରେନ ଝିଅ ବିନ୍ଦିର ଶାଶ୍ୱତ ଓ ସ୍ୱର୍ଗୀୟ ପ୍ରେମ କାହାଣୀ ଉପନ୍ୟାସଟିକୁ ଅଧିକ ଜୀବନ୍ତ କରି ଗଢ଼ିତୋଳିଛି । ସାର୍ବିକ ଦୃଷ୍ଟିରୁ ଆଲୋଚନା କଲେ ଡ. ରଂଜନ ପ୍ରଧାନଙ୍କ ‘ବୁଢ଼ାବଳଙ୍ଗର ମାଝି’ ଯେ ଏକ ସଫଳ ଉପନ୍ୟାସ ତାହା ନିଃସଂଦେହରେ କୁହାଯାଇପାରେ ।

Discussion

Topics

More

Suggest a correction or report