NobleBlocks

Research indexJournal article

ଓଡଆ-ବଙଗଳ-ଅସମୟ ଭଗବତର ତଳନତମକ ଅଧୟୟନ

ନାୟକ

Zenodo (CERN European Organization for Nuclear Research)8 Feb 2025Open access

Abstract

No PDF here

The full text is at the publisher

You can read the abstract here, or open it at the publisher.

ସଂକ୍ଷିପ୍ତସାର ତୁଳନାତ୍ମକ ସାହିତ୍ୟ ଏକ ପଦ୍ଧତି ବା ଶୃଙ୍ଖଳ ଯହିଁରେ ଯେକୌଣସି ଭାଷାରେ ରଚିତ ସାହିତ୍ୟର ସ୍ୱରୂପ ତଥା ସଂପର୍କକୁ ବିଶ୍ଳେଷଣ କରାଯାଇ ମୂଲ୍ୟାଙ୍କନ କରାଯାଇଥାଏ । ତୁଳନାତ୍ମକ ସାହିତ୍ୟ ହେଉଛି ଏକାଧିକ ସାହିତ୍ୟ ଅଧ୍ୟୟନର ପ୍ରଧାନ ସାଧନ । ରେନେୱେଲେକ୍ ‘ଞଷର ଘବଜ୍ଞର ଇଦ୍ଭୟ ଘବଗ୍ଧଙ୍କକ୍ସର ଙଲ ଉକ୍ଟଜ୍ଞକ୍ଟ୍ରବକ୍ସବଗ୍ଧସଙ୍ଖର ଖସଗ୍ଧରକ୍ସବଗ୍ଧଙ୍କକ୍ସର(୧୯୭୦) ପ୍ରବନ୍ଧରେ ଉଲ୍ଲେଖ କରିଛନ୍ତି କୌଣସି ଭାଷା, ନୀତି ଓ ରାଜନୀତିର ଉଦ୍ଧ୍ୱର୍ରେ ସାହିତ୍ୟର ସବୁ ବିଭାଗକୁ ଏକ ଆନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଆଲୋଚନା କରିବାର ଆଭିମୁଖ୍ୟ ଘେନି ଯେଉଁ ସାହିତ୍ୟ ଗବେଷଣା ପ୍ରବୃତ୍ତ ରହେ ତାହା ହିଁ ତୁଳନାତ୍ମକ ସାହିତ୍ୟ ପଦବାଚ୍ୟ । କାରଣ ସକଳ ସୃଷ୍ଟିଶୀଳ ଅନୁଭୂତି ଓ ରଚନା କର୍ମରେ ଐକ୍ୟ ଥାଏ । ସମସ୍ତ ବେଦରୁ ସାରାଂଶ ଆଣି ସ୍ତ୍ରୀ-ଶୂଦ୍ରମାନଙ୍କ ନିମନ୍ତେ ବ୍ୟାସଦେବ ମହାଭାରତ ରଚନା କରିବା ପରେ ମନରେ ଶାନ୍ତି ପାଇନଥିଲେ । ପରବର୍ତ୍ତୀ ସମୟରେ ବ୍ୟାସ ନିଜ ମନ କଥା ନାରଦଙ୍କୁ କହିବାରୁ ନାରଦ ଶ୍ରୀକୃଷ୍ଣ ଲୀଲା ବିଷୟକ ଏକ ପୁରାଣ ଗ୍ରନ୍ଥ ରଚନା କରିବାକୁ ପରାମର୍ଶ ଦେଇଥିଲେ । ନାରଦଙ୍କ ପରାମର୍ଶରେ ବ୍ୟାସଦେବ କୃଷ୍ଣ ମହିମା ବିଷୟକ ଭାଗବତ ପୁରାଣ ରଚନା କରିଥିଲେ । ଭାବ-ଗ୍ୟାନ-ବ୍ରହ୍ମ-ତତ୍ତ୍ୱର ସମାହାର ଭାଗବତ ହେଲେ ହେଁ ତହିଁରେ ଭକ୍ତିରସର ପ୍ରାଧାନ୍ୟ ରହିଛି । ଯେଉଁମାନେ ଭଗବତ୍ ସାଧନା କରନ୍ତି ତାହାଙ୍କୁ ପରମ ଭାଗବତ କୁହାଯାଏ । ଭାଗବତରେ ଏହି ଭଗବତ୍ ପ୍ରାଣ ବ୍ୟକ୍ତିଙ୍କ ବର୍ଣ୍ଣନା ରହିଛି । ସେମାନେ ହେଲେ ଧ୍ରୁବ, ପ୍ରହ୍ଲାଦ, ଅମ୍ବରୀଶ, ଭରତ, ପୃଥ୍ୟୁ, ନାରଦ, ଶୁକ, ପରୀକ୍ଷିତ ଆଦି ।

Identifiers

Discussion

Citations

Topics

More

Suggest a correction or report