NobleBlocks

Research indexJournal article

ଓଡଶର ସମପଦନର ପରମପର ଓ ଏଷଣର ପତରବଳ ସମପଦନ

ବେହେରା

Zenodo (CERN European Organization for Nuclear Research)7 Nov 2025Open access

NobleIDark:/48914/w1/20260525/192083F0DOI10.5281/zenodo.17553416

Free to read at the publisher

You can read the abstract here, or the full text at the publisher.

Read at the publisher

Abstract

ସମ୍ପାଦନା ସୃଜନଶୀଳ କଳା । କୌଣସି ଏକ ସାହିତ୍ୟ କୃତିର ସଂରକ୍ଷଣ ଓ ପ୍ରସାରଣ ପାଇଁ ସମ୍ପାଦନାର ଆବଶ୍ୟକତା ଲୋଡ଼ା ହୋଇଥାଏ । ଆଲୋଚ୍ୟ ପ୍ରବନ୍ଧଟିରେ ଓଡ଼ିଶାରେ ସମ୍ପାଦନା କାର୍ଯ୍ୟର ପରମ୍ପରାକୁ ଚର୍ଚ୍ଚା କରାଯିବା ସହ ଏଷଣା ପତ୍ରିକାରେ ପ୍ରକାଶିତ ପତ୍ରାବଳୀଗୁଡ଼ିକର ସମ୍ପାଦନା ସମ୍ପର୍କରେ ଆଲୋକପାତ କରାଯାଇଛି । ଆଲୋଚନାରେ ପ୍ରଥମେ ସମ୍ପାଦନା ଓ ଏହାର ଆବଶ୍ୟକତା କଥା କୁହାଯାଇଛି । ପରେ ସମ୍ପାଦନା କାର୍ଯ୍ୟର କଳା, ବିଦେଶୀ ବିଦ୍ୱାନମାନଙ୍କ ଦ୍ୱାରା ସମ୍ପାଦିତ ଭାରତୀୟ ବିଭିନ୍ନ ପ୍ରାଚୀନ ଗ୍ରନ୍ଥର ନାମ, ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାରେ କରାଯାଇଥିବା ସମ୍ପାଦନା କାର୍ଯ୍ୟର ଉଦ୍ୟମକୁ ପରିସରଭୁକ୍ତ କରାଯାଇ ତାହା ସମ୍ପର୍କରେ ବିଶେଷ ଚର୍ଚ୍ଚା କରାଯାଇଛି । ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ରଚନା ଗୁଡ଼ିକର ଉଦ୍ଧାର ନିମନ୍ତେ ପ୍ରତିଷ୍ଠିତ ପ୍ରାଚୀ ସମିତି, ତାହାର ଉଦେଶ୍ୟ ଓ ସମ୍ପାଦିତ ରଚନାର ବିବରଣୀ ପ୍ରଦାନ କରାଯାଇଛି । ପ୍ରାଚୀ ସମିତି ବିଲୟର ପରବର୍ତ୍ତୀ ସମୟରେ ଓଡ଼ିଶାରେ ସମ୍ପାଦନାର କାର୍ଯ୍ୟର ଉଦ୍ୟମ ଓ ବିକାଶ ଆଲୋଚିତ ହୋଇଛି । ୧୯୮୦ ମସିହା ବେଳକୁ ପ୍ରକାଶିତ ଏଷଣା ପତ୍ରିକାରେ ସମ୍ପାଦିତ ରଚନାର ଆଲୋଚନା ଶୈଳୀ, ଏଷଣାରେ ପ୍ରକାଶିତ ସମ୍ପାଦିତ ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ମାୟାଧର ମାନସିଂହ ଓ ପଠାଣି ସାମନ୍ତଙ୍କ ପତ୍ରାବଳୀଗୁଡ଼ିକୁ ଆଲୋଚନାର ପରିସରଭୁକ୍ତ କରାଯାଇଛି । ମୋଟ ଉପରେ କହିବାକୁ ଗଲେ ଆଲୋଚ୍ୟ ପ୍ରବନ୍ଧରେ ସମ୍ପାଦନା କଳା, ଓଡ଼ିଶାରେ ସମ୍ପାଦନା କାର୍ଯ୍ୟର ପ୍ରୟାସ ଓ ବିକାଶ ଏବଂ ଏଷଣାରେ ପ୍ରକାଶିତ ସମ୍ପାଦିତ ପତ୍ରବଳୀଗୁଡ଼ିକ ଆଲୋଚିତ ହୋଇଛି ।

Discussion

Topics

More

Suggest a correction or report