Research indexJournal article
ଓଡଆ କୟମପସ ଗଳପ ପରଥମକତର ଅନସନଧନ
ପଣ୍ଡା
Zenodo (CERN European Organization for Nuclear Research)7 Nov 2025Open access
NobleIDark:/48914/w1/20260525/581FAA1CDOI10.5281/zenodo.17550498
ଓଡଆ କୟମପସ ଗଳପ ପରଥମକତର ଅନସନଧନ
ପଣ୍ଡା · Zenodo (CERN European Organization for Nuclear Research) · 2025
NobleIDark:/48914/w1/20260525/581FAA1CDOI10.5281/zenodo.17550498
Free to read at the publisher
You can read the abstract here, or the full text at the publisher.
Abstract
ସମୟ ବଦଳିବା ସହିତ ସାହିତ୍ୟରେ ଯଦି ଗୋଟିଏ ଧାରା ଦୀର୍ଘକାଳ ଧରି ଅବ୍ୟାହତ ଅଥବା ଅପ୍ରତିହତ ରହେ କିମ୍ବା ପରିବର୍ତ୍ତନକୁ ଉପେକ୍ଷା କରି ପରମ୍ପରାର ସ୍ରୋତରେ ଭାସିଚାଲେ ଯଦି ସାହିତ୍ୟର କଳାଶିଳ୍ପ ତେବେ ଏହା ଅଭିନବତାର ଐଶ୍ୱର୍ଯ୍ୟରୁ ବଂଚିତ ହୁଏ । ଏହା ଦ୍ୱାରା ଏକ ବିଶେଷ ଜାତିର ସ୍ରଷ୍ଟାପଣର ଭବିଷ୍ୟତଟି ହୋଇଉଠେ ଅନିଶ୍ଚିତ, ବିଡ଼ମ୍ବିତ ଏବଂ ବିପର୍ଯ୍ୟସ୍ତ । ତେଣୁ ପରିବର୍ତ୍ତନ ହିଁ ଗତିଶୀଳତାର ପ୍ରାଣପ୍ରାଚୁର୍ଯ୍ୟକୁ ସର୍ବଦା ମୁଖର ରୂପେ ପ୍ରତିପାଦିତ କରିଥାଏ । ତେଣୁ ପରିବର୍ତ୍ତନ ଏକ ଜାତି ତଥା ଜାତୀୟ ସାହିତ୍ୟ ପାଇଁ ହେଉଛି ଶ୍ରେଷ୍ଠ ଆଶୀର୍ବାଦ । ପ୍ରାଥମିକ ପର୍ଯ୍ୟାୟର ଗଳ୍ପକୁ ଦେଖିଲେ ତାହାର ରୂପରେଖ ଯାହା ଥିଲା ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହାର ରୂପରେଖ ବଦଳିଗଲା । ଇଂରେଜ ଶାସନର ପରିଣତି ସ୍ୱରୂପ ନୂତନ ଶିଳ୍ପ ସଭ୍ୟତା, ଜ୍ଞାନବିଜ୍ଞାନ, ପ୍ରଯୁକ୍ତିବିଦ୍ୟାର ପରିସୀମା ବୃଦ୍ଧି ଫଳରେ ଏହାର ଯଥେଷ୍ଟ ପ୍ରଭାବ ଦେଖାଗଲା କ୍ଷୁଦ୍ରଗଳ୍ପରେ । ସ୍ୱାଧୀନତା ପରେ ସାମାଜିକ ଜୀବନ ପରିବର୍ତ୍ତିତ ହେଲା । ନାରୀ, ପୁରୁଷ ଭିତରେ ଥିବା ତାରତମ୍ୟଗତ ସମ୍ପର୍କ ଇତ୍ୟାଦିର ପରିଭାଷା ବଦଳିବାକୁ ଲାଗିଲା । ଅନୁରୂପେ ଇଂରାଜୀ ଶିକ୍ଷାର ଆରମ୍ଭ ହେଲା, ଯଦ୍ୱାରା ଓଡ଼ିଶାରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ସୃଷ୍ଟି ହେଲା । ଫଳରେ ସମାଜରେ ନାରୀ ପୁରୁଷ ଉଭୟ ଶିକ୍ଷିତ ହେଲେ । ସମାଜରେ ସ୍ୱଚ୍ଛନ୍ଦରେ ଜୀବନ ନିର୍ବାହ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ପରି ଶିକ୍ଷା ମଧ୍ୟ ହୋଇଗଲା ଏକ ମୈାଳିକ ଆବଶ୍ୟକତା । ନବଶିକ୍ଷିତମାନଙ୍କ ପାଇଁ ଅନୁରୂପେ ଶିକ୍ଷାକ୍ଷେତ୍ର ବା କ୍ୟାମ୍ପସ୍ ଗୁଡ଼ିକର ଭୂମିକା ହୋଇଗଲା ଗୁରୁତ୍ୱପୁର୍ଣ୍ଣ । ସେହିପରି କ୍ୟାମ୍ପସ୍ ପାଲଟିଗଲା ତାରୁଣ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସ୍ମୃତି ବିଜଡ଼ିତ ମଣିଷ ନିମନ୍ତେ ପୁଣି ବୟସର ଅପରାହ୍ନରେ ଏହି କ୍ୟାମ୍ପସ୍ ପାଲଟିଗଲା ଏକ ରମଣୀୟ ସ୍ମୃତି ତୀର୍ଥ । ବିଶେଷ କରି ଗାଳ୍ପିକମାନେ ସ୍ପର୍ଶକାତର ଓ ସମ୍ବେଦନଶୀଳ ହୋଇଥିବାରୁ ନିଜର କ୍ୟାମ୍ପସ୍ ଜୀବନର ଅଭୁଲା ସ୍ମୃତିକୁ ସେମାନେ ଲିପିବଦ୍ଧ କରିବାକୁ ପ୍ରୟାସ କଲେ ସେମାନଙ୍କ ସ୍ୱରଚିତ କ୍ଷୁଦ୍ରଗଳ୍ପମାନଙ୍କରେ । ଏହାକୁ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଏକ ଅଭିନବ ଧାରା ଭାବରେ ଅଭିହିତ କରିପାରିବା ।